MANTRAPUSPAM: ମନ୍ତ୍ରପୁଷ୍ପମ୍‌ (ବୈଦିକ ମନ୍ତ୍ର ସମ୍ୱଳିତ)

· AUMBOOKS
5.0
2 reviews
Ebook
540
Pages
Ratings and reviews aren’t verified  Learn More

About this ebook

ବେଦ ସନାତନ ହିନ୍ଦୁର ପ୍ରାଣ । ବେଦର ପଠନ, ପାଠନ ଓ ବ୍ୟବହାର ନିତ୍ୟ-

ନୈମିତିକ କର୍ମମାନଙ୍କରେ ଅନିବାର୍ଯ୍ୟ ଅଟେ । ସମୟାଭାବ ଓ ମନୋବଳର କ୍ଷୁଣ୍ଣତା ଆମକୁ ସେଥିରୁ ବଞ୍ଚିତ କରାଇରଖୁଛି, ଯେଉଁଥିପାଇଁ ଆମେ ତିଳେ ହେଲେ ଭୃକ୍ଷେପ ନ କରି ଆଧୁନିକତାକୁ ଅନୁକରଣ କରିବାରେ ଲାଗିଯାଇଛେ । ନିଜକୁ ଚିହ୍ନିବା ପାଇଁ, ନିଜର ସମାଜ-ସଂସ୍କୃତିକୁ ସମ୍ମାନ ଦେବାପାଇଁ ଆମକୁ କେହି ଶିକ୍ଷା ଦେଉନାହାଁନ୍ତି । ଅନ୍ତତଃ ସେଇ ଯେଉଁ ଚିରନ୍ତନ ପନ୍ଥା ଓ ପ୍ରୟାସ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି ତାହାର ସାମାନ୍ୟତମ ପ୍ରଚଳନ ଓ ଅଭ୍ୟାସ ଯେ ଆମକୁ ଉକ୍ତ ରାସ୍ତାରେ ପରିଚାଳିତ କରାଇପାରିବ, ଏହା ଅଙ୍ଗୀକାର କରିବାକୁ ହେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭକ୍ତି, ନିଷ୍ଠା ଓ ଅଧ୍ୟବସାୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ଆମର ପ୍ରେଚଷ୍ଟା ଏକାନ୍ତ କାମ୍ୟ । 

ଆବଶ୍ୟକତାକୁ ଆଖିରେ ରଖି ଆମ ପ୍ରକାଶନ ସଂସ୍ଥା “ମନ୍ତ୍ରପୁଷ୍ପମ‌‌୍’’ ନାମକ ପୁସ୍ତକ ଏଥିପାଇଁ ପ୍ରକାଶ କରୁଛି, ଯାହା ଜନମାନସରେ ବୈଦିକ ପ୍ରଥା, ନୀତି ଓ ପ୍ରଭାବର ପ୍ରକୃତ ଅଭାବକୁ ଧୂଳିକଣା ସଦୃଶ କିଞ୍ଚିତ ମାତ୍ରାରେ ହେଲେ ବି ପୂରଣ କରିବାରେ ସହଯୋଗ ହେଉ । ଏଥିରେ ସଂକଳନ କରାାଯାଇଥିବା ସମସ୍ତ ଉପନିଷଦ ଓ ସୂକ୍ତ ଗୁଡିକ ବୈଦିକ ତଥା ଆର୍ଷ ଗ୍ରନ୍ଥମାନଙ୍କରୁ ସଂକଳନ କରାଯାଇଛି । ଆଶା, ପାଠକ ଏହାକୁ ନିତ୍ୟକର୍ମ ଭାବରେ ବ୍ୟବହାରକରି ଲାଭାନ୍ୱିତ ହୋଇପାରିବେ । 

ପ୍ରକାଶନର ଏହି ନବୀନ ସଂସ୍କରଣ ଆପଣମାନଙ୍କ ହାତରେ ଅର୍ପଣ କଲାବେଳେ ଏତିକି ଆନନ୍ଦ ଓ ହର୍ଷ ଉତ୍ପନ୍ନ ହେଉଛି କି, ଆମ ଭିତରେ ରହିଥିବା ଆଧ୍ୟାତ୍ମିକ ଚେତନା ଅବଶ୍ୟ ଜାଗରିତ ହେଉଛି । ବିଳମ୍ବରେ ହେଲେ ମଧ୍ୟ ଆମ ଭିତରେ ଆଧ୍ୟାତ୍ମିକ ତୃଷ୍ଣା ରହିଥିବାରୁ ଏସବୁ ଧୀରେ ଧୀରେ ଉପାଦେୟକ୍ଷମ ହୋଇପାରୁଛି । ପୂର୍ବରୁ ପ୍ରକାଶିତ ସୂକ୍ତାନି, ଉପନିଷଦ ସଂଗ୍ରହ, କଥା ଉପନିଷଦ, ବେଦ-ଉପନିଷଦ ପରିଚୟ ଆଦି ଗ୍ରନ୍ଥ ବାରମ୍ୱାର ମୁଦ୍ରଣ କରାଯାଉଥିବା ତଥା ପୁରାତନ ପାଠକମାନେ ଏପ୍ରକାର ପୁସ୍ତକସବୁକୁ ବାରମ୍ୱାର ସଂଗ୍ରହ କରୁଥିବାର ନଜିର ଆମକୁ ସ୍ପଷ୍ଟ କରାଇଦେଉଛି । ତେଣୁ ଏସବୁର ବହୁଳ ପ୍ରସାର ନିଃସନ୍ଦେହରେ ଆମମାନଙ୍କର ଉପଯୋଗୀତା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଆଶା ପୋଷଣ କରୁଅଛୁ । ପ୍ରକାଶନାବସରରେ ପରମାତ୍ମା ଆମକୁ ସୋତ୍ସାହୀ କରିବାର ନିବେଦନ କରୁଛୁ । 


Ratings and reviews

5.0
2 reviews
Uday Kumar
September 20, 2023
super 👍
Did you find this helpful?

Rate this ebook

Tell us what you think.

Reading information

Smartphones and tablets
Install the Google Play Books app for Android and iPad/iPhone. It syncs automatically with your account and allows you to read online or offline wherever you are.
Laptops and computers
You can listen to audiobooks purchased on Google Play using your computer's web browser.
eReaders and other devices
To read on e-ink devices like Kobo eReaders, you'll need to download a file and transfer it to your device. Follow the detailed Help Center instructions to transfer the files to supported eReaders.