ସୃଷ୍ଟିର ଆଦିରେ ସ୍ୱୟମ୍ଭୂ ପରମେଶ୍ୱରଙ୍କ ଦ୍ୱାରା ବେଦର ପ୍ରାଦୁର୍ଭାବ ହୋଇଥିଲା । ତାଙ୍କଦ୍ୱାରା ଧର୍ମ-ଭକ୍ତି ଆଦିର ସମସ୍ତ ପ୍ରବୃତ୍ତି ସିଦ୍ଧ ହୋଇଥିଲା । ତେଣୁ ଆମର ଋଷିମୁନିଗଣ ଏହି ଶାସ୍ତ୍ରର ଅପାର ମହିମା କଥା ଦର୍ଶାଇଛନ୍ତି ।
ବେଦ ମାନବର ଐହିକ ଓ ଆମୁଷ୍ମିକ କଲ୍ୟାଣସାଧନର ରୂପ ଧର୍ମର ସାଙ୍ଗୋପାଙ୍ଗ ବିଶ୍ଲେଷଣ କରିଛନ୍ତି । ଧର୍ମ ସହିତ ଅଧ୍ୟାତ୍ମ ମର୍ଯ୍ୟାଦା, ଜ୍ଞାନ-ବିଜ୍ଞାନ, କଳା-କୌଶଳ, ଶିଳ୍ପ-ଉଦ୍ୟୋଗ ଆଦି ଏଭଳି କିଛି ବିଷୟ ନାହିଁ ଯାହା ପ୍ରତିପାଦିତ ନ ହୋଇଛି । ଆଶ୍ଚର୍ଯ୍ୟ କଥା ହେଉଛି, ଅତ୍ୟାଧୁନିକ ବୋଲାଉଥିବା ପ୍ରତ୍ୟେକଟି ଆବିଷ୍କାର ପଛରେ ବେଦଶାସ୍ତ୍ରର କୌଣସି ଏକ ମନ୍ତ୍ର ନିହିତ ଥିବାର ପ୍ରମାଣ ମିଳୁଛି । ଏଣୁ ବେଦ ସନାତନ ଅଟେ, ପୂର୍ଣ୍ଣ ଅଟେ ଆଉ ସର୍ବବିଦ୍ ଜ୍ଞାନ-ବିଜ୍ଞାନର ଆଧାର ଅଟେ ।
ମନୁଷ୍ୟ ଧର୍ମର ମର୍ମକୁ ବୁଝିପାରୁ, ଶୁଦ୍ଧାଚରଣର ମହତ୍ତ୍ୱକୁ ଜାଣିପାରୁ, ପାପ-ପୁଣ୍ୟ, ନୀତି-ଅନୀତିକୁ ଚିହ୍ନିବାର ସାମର୍ଥ୍ୟ ହାସଲ କରିପାରୁ । ଆଉ ଦେବ, ପିତର, ଅତିଥି, ଗୁରୁ ଆଦିଙ୍କ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ଅବଗତ ହୋଇପାରୁ — ଏହା ହିଁ ବେଦର ମୂଳ ଉଦ୍ଦେଶ୍ୟ ଅଟେ ।
— ସମ୍ପାଦକ
Writer of Parichaya Serise, set of 25 introductory book-lets on Sanatana Hindu.